R&B Division : ବିପୁଳ ବେନାମି ସମ୍ପତ୍ତିର ମାଲିକ ‘ପଣ୍ଡାଜେନା’!

Reporterspen

R&B Division: ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ରାସ୍ତା ଓ ଗୃହନିର୍ମାଣ ବିଭାଗ ଭୁବନେଶ୍ୱର ଡିଭିଜନରେ କାର୍ଯ୍ୟରତ ରାଙ୍ଗା-ବିଲ୍ଲା ଓରଫ ‘ପଣ୍ଡାଜେନା’ ଗୁମର ଖୋଲିବାରେ ଲାଗିଛି । ନେତା, ମନ୍ତ୍ରୀ ଓ ଗୁଣ୍ଡାଙ୍କୁ ଟଙ୍କା ଦେଇ ପୋଷୁଛନ୍ତି ବୋଲିି କହୁଥିବା ଏହି ‘ପଣ୍ଡାଜେନା’ ଏବେ ବିପୁଳ ପରିମାଣର ବେନାମୀ ସମ୍ପତ୍ତିର ମାଲିକ ବୋଲି ଜଣାପଡିଛି । ଭୁବନେଶ୍ୱର, ଉପକଣ୍ଠ ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ଏକାଧିକ ବିଳାଶପୂର୍ଣ୍ଣ କୋଠା ଥିବା ବେଳେ ଅନେକ ବେନାମୀ ସମ୍ପତ୍ତିର ମାଲିକ ବୋଲି କୁହାଯାଉଛି । ଏନେଇ ତାଙ୍କ ବିରୋଧରେ ଭିଜିଲାନ୍ସରେ ପିଟିସନ ପଡିଥିବା ଜଣାପଡିଛି ।

ଅଭିଯୋଗ ଅନୁସାରେ, ‘ପଣ୍ଡାଜେନା’ ଠିକା କାମରେ ହେରଫେର କରିବାରେ ମାଷ୍ଟର । ଅଧିକ ପିସି ପାଉଥିବା ଠିକାଦାରଙ୍କୁ ବେଆଇନ ଭାବେ ଠିକା କାମ ଦେଇ ମୋଟା ଅଙ୍କର ଅର୍ଥ ଉପାର୍ଜନ କରିବାରେ ଏମାନେ ମାହିର । ଉଦାହରଣ ସ୍ୱରୂପ- ୫ଲକ୍ଷରୁ ଅଧିକ ବଜେଟ କାମ ଟେଣ୍ଡର ଡକାଯିବାର ନିୟମ ରହିଛି । ମାତ୍ର ଏହି କରିତକର୍ମା ‘ପଣ୍ଡାଜେନା’ କାମକୁ ଭାଗ କରି ବିନା ଟେଣ୍ଡରରେ କାମ ଦେଇଥାନ୍ତି । ଫଳସ୍ୱରୂପ ଏହି ବାବଦରେ ସେ ମୋଟା ଅଙ୍କର ଫାଇଦା ନେଇଥାନ୍ତି । ଏଥିସହିତ ନିମ୍ନମାନର ମାନ କରିବାକୁ ପରାମର୍ଶ ଦେଇ ସରକାରୀ ଅର୍ଥକୁ ବାଟ ମାରଣା କରିଥାନ୍ତି ।

ସେହି ବିଭାଗର ଜଣେ କର୍ମଚାରୀ କହିଛନ୍ତି, ‘ପଣ୍ଡାଜେନା’ ଏବେ ବି ବିଜେଡି ନେତାଙ୍କ କଥାରେ ପରିଚାଳିତ ହେଉଛନ୍ତି । ଏହି ବିଜେଡି ନେତା ତଥା ନନା ନାମରେ ପରିଚିତ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ଉଠବସ୍ ହେଉଛନ୍ତି । ତେଣୁ ସବୁ ଠିକାକାମ ତାଙ୍କ ଇଙ୍ଗିତରେ ହିଁ ଦିଆଯାଉଛି । ଟେଣ୍ଡର କାମକୁ ଭାଗ କରି ବିନା ଟେଣ୍ଡରରେ ବାଣ୍ଟି ମୋଟା ଅଙ୍କର ଅର୍ଥ ଆଦାୟ କରୁଛନ୍ତି । ଉପରିସ୍ଥ ଅଧିକାରୀଙ୍କୁ କେତେକ କ୍ଷେତ୍ରରେ ବ୍ଲାକମେଲ କିମ୍ବା ଆନୁଗତ୍ୟ ଦେଖାଇ ଚୁପ କରାଇଦେଇଥାନ୍ତି । ଫଳରେ ବେଆଇନ କାମକୁ ଅତି ସହଜରେ ଗଳାବାଟରେ ଖସାଇନେଇଥାନ୍ତି ।

ଏହିଭଳି ଭାବେ ସେ ଏବେ କଳା ସାମ୍ରାଜ୍ୟର ବାଦଶାହା ପାଲଟି ଯାଇଛନ୍ତି । ରାଜଧାନୀ ଠାରୁ ଗାଁ ପର୍ଯ୍ୟନ୍ତ ଘର, ବ୍ୟବସାୟ ପ୍ରତିଷ୍ଠାନ, ସୁନା-ରୂପା ଭଳି ସେ ବିପୁଳ ସମ୍ପତ୍ତି ଠୁଳ କରିଛନ୍ତ । ଯଦି ଭିଜିଲାନ୍ସ ତଦନ୍ତ କରାଯାଆନ୍ତା, ତେବେ ‘ପଣ୍ଡାଜେନା’ଙ୍କ ସମ୍ପତ୍ତି ଦେଖି ସରକାରଙ୍କ ଆଖି ଟେରା ହୋଇଯାଆନ୍ତା । ହେଲେ ସେ ନେତା- ମନ୍ତ୍ରୀଙ୍କ ପାଖରେ ଶରଣ ପଶି ଏଥିରେ ମୁକ୍ତି ପାଇଯାଉଥିବା ଜଣାପଡିଛି । ଏଦିଗରେ ସରକାର ଦୃଷ୍ଟି ଦେବା ଆବଶ୍ୟକ ରହିଛି ।

ଉଲ୍ଲେଖଥାଉ କି, ରାସ୍ତା ଓ ଗୃହନିର୍ମାଣ ବିଭାଗର ଡିଭିଜନ-୩ ଅଧିନରେ ଏହି ରାଙ୍ଗା-ବିଲ୍ଲା କାମ କରୁଛନ୍ତି । ଏମାନେ ବର୍ଷ ବର୍ଷ ଧରି ଗୋଟିଏ ଜାଗାରେ ଗାଦି ମାଡି ବସିଛନ୍ତି । ଏମାନଙ୍କ ଅଧିନରେ ହେଉଥିବା ଗୃହ ନିର୍ମାଣ, ମରାମତି ଓ ରାସ୍ତା ନିର୍ମାଣ କାର୍ଯ୍ୟ ତାଙ୍କର ଇଛାଧିନ ବ୍ୟାପାର ହୋଇଥାଏ । କେଉଁ ଠିକାଦାର କାମ ନେବ, କେତେ ଟଙ୍କା ବିଲ ହେବ ସବୁ ତାଙ୍କ ଇସାରାରେ କରାଯାଏ । ତେବେ ଏଦିଗରେ ସରକାର ଓ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେବାକୁ ନଦେଲେ, ବିଜେଡି ନେତାଙ୍କ ପାଇଁ ଏମାନେ ମୋହନ ସରକାରକୁ ବଦନାମ କରିବା ଏକ ପ୍ରକାର ନିଶ୍ଚିତ ।


Reporterspen
!-- afp header code starts here -->