Astrology: ଭଗବାନ ଶିବଙ୍କ କୃପା ସମସ୍ତ ଭକ୍ତଙ୍କ ଉପରେ ସମାନ ଭାବରେ ରହିଥାଏ। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତେକ ରାଶି ଉପରେ ମହାଦେବଙ୍କ ବିଶେଷ ଆଶୀର୍ବାଦ ରହିଥାଏ। ବିଶ୍ୱାସ କରାଯାଏ ଯେ, ଏହି ରାଶିର ଜାତକମାନଙ୍କୁ ଭଗବାନ ଶିବ ସଦା ସର୍ବଦା ସୁରକ୍ଷା ପ୍ରଦାନ କରନ୍ତି ଏବଂ ଜୀବନର ବିଭିନ୍ନ ସଙ୍କଟରୁ ରକ୍ଷା କରନ୍ତି।
କର୍କଟ ରାଶି
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କର୍କଟ ରାଶିରେ ଦେବଗୁରୁ ବୃହସ୍ପତି ଉଚ୍ଚସ୍ଥାନରେ ରହନ୍ତି। ଏହି ରାଶିର ସ୍ୱାମୀ ହେଉଛନ୍ତି ଚନ୍ଦ୍ରଦେବ। ଏହି କାରଣରୁ କର୍କଟ ରାଶିର ଲୋକମାନେ ଶାନ୍ତ, ସରଳ ଓ ସୌମ୍ୟ ସ୍ୱଭାବର ହୋଇଥାନ୍ତି। ସେମାନଙ୍କ ଉପରେ ଭଗବାନ ଶିବଙ୍କ ବିଶେଷ କୃପା ରହିଥାଏ ଏବଂ ଜୀବନରେ ଆସୁଥିବା ବାଧା-ବିପତ୍ତି ଦୂର ହୋଇଥାଏ।
ମକର ରାଶି
ମକର ରାଶିକୁ ମଧ୍ୟ ଭଗବାନ ଶିବଙ୍କ ପ୍ରିୟ ରାଶି ଭାବେ ବିବେଚନା କରାଯାଏ। ଜ୍ୟୋତିଷ ମତାନୁସାରେ ଏହି ରାଶିରେ ମଙ୍ଗଳ ଉଚ୍ଚସ୍ଥାନରେ ରହୁଥିବାବେଳେ ରାଶିର ସ୍ୱାମୀ ହେଉଛନ୍ତି ଶନିଦେବ। ଏହାର ପ୍ରଭାବରେ ମକର ରାଶିର ଜାତକମାନେ ବିଭିନ୍ନ କାର୍ଯ୍ୟରେ ସଫଳତା ପାଇଥାନ୍ତି ଏବଂ ଜୀବନରେ ସୁଖ, ଶାନ୍ତି ଓ ସ୍ଥିରତା ବଜାୟ ରହିଥାଏ।
କୁମ୍ଭ ରାଶି
କୁମ୍ଭ ରାଶିକୁ ଭଗବାନ ଶିବଙ୍କ ସବୁଠାରୁ ପ୍ରିୟ ରାଶିମାନଙ୍କ ମଧ୍ୟରେ ଗଣାଯାଏ। ଏହି ରାଶିର ଜାତକଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାଦେବ। ବିଶ୍ୱାସ କରାଯାଏ ଯେ, ଭୋଳେନାଥଙ୍କ ଅପାର କୃପାରେ ସେମାନେ କ୍ୟାରିୟର ଓ ବ୍ୟବସାୟରେ ଉନ୍ନତି କରନ୍ତି ଏବଂ ସମସ୍ତ ପ୍ରକାରର ଦୁଃଖ ଓ ସଙ୍କଟରୁ ମୁକ୍ତି ପାଆନ୍ତି।
ସାବନରେ ଏପରି କରନ୍ତୁ ଶିବଙ୍କୁ ପ୍ରସନ୍ନ
ଜ୍ୟୋତିଷ ମତାନୁସାରେ ସାବନ ମାସରେ ପ୍ରତିଦିନ ସକାଳେ ସ୍ନାନ କରି ୨୧ଟି ବେଲପତ୍ର ଶିବଲିଙ୍ଗରେ ଅର୍ପଣ କରିବା ସହ ଶିବ ମନ୍ତ୍ର ଜପ କଲେ ଶୁଭଫଳ ମିଳିଥାଏ ଏବଂ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହୋଇଥାଏ।
ସେହିପରି ଯେଉଁମାନେ ଦୀର୍ଘଦିନ ଧରି ଆର୍ଥିକ ସମସ୍ୟା କିମ୍ବା ଋଣ ଭାରରେ ରହିଛନ୍ତି, ସେମାନେ ସାବନର ସୋମବାର ଦିନ ଶିବଲିଙ୍ଗରେ ଆଖୁ ରସରେ ଅଭିଷେକ କଲେ ଧନଲାଭର ସମ୍ଭାବନା ସୃଷ୍ଟି ହୋଇଥାଏ ଏବଂ ମହାଦେବଙ୍କ କୃପା ପ୍ରାପ୍ତ ହୋଇଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି।
ବିଶେଷ ସୂଚନା: ଉପରୋକ୍ତ ସୂଚନା ଜ୍ୟୋତିଷ ଶାସ୍ତ୍ର, ଧାର୍ମିକ ମାନ୍ୟତା ଏବଂ ପ୍ରଚଳିତ ବିଶ୍ୱାସ ଉପରେ ଆଧାରିତ। ଏହାର ବୈଜ୍ଞାନିକ ପ୍ରମାଣ ସର୍ବତ୍ର ଉପଲବ୍ଧ ନଥାଇପାରେ। ପାଠକମାନେ ଏହାକୁ ଚୂଡ଼ାନ୍ତ ସତ୍ୟ ବା ନିଶ୍ଚିତ ଦାବି ଭାବେ ଗ୍ରହଣ ନକରି ନିଜ ବିବେକ ଅନୁଯାୟୀ ବିଚାର କରନ୍ତୁ।

