Puri Temple: ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାରର ଗଣତିମଣତି : ଆଇନ ମନ୍ତ୍ରୀ

Reporterspen

Puri Temple: ଭୁବନେଶ୍ୱର (ରିପୋଟର୍ସ ପେନ୍‌): କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭିଡ଼ ହେତୁ ଏଏସଆଇ  ରତ୍ନଭଣ୍ଡାରର ମରାମତି କାମ କରିପାରିନଥିଲା। ହେଲେ ଏବେ ମରାମତି କାମ ଆରମ୍ଭ ହେବ। ଏନେଇ ଏଏସଆଇ ପକ୍ଷରୁ ପ୍ରସ୍ତୁତି ସରିଛି। ମୁଁ ଆଶା କରୁଛି, ରତ୍ନଭଣ୍ଡାରର ମରାମତି ସହ ଜାନୁଆରୀ ଶେଷ ସୁଦ୍ଧା ରତ୍ନଭଣ୍ଡାର ଗଣତିମଣତି ସରିଯିବ। ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି କାର୍ତ୍ତିକ ମାସରେ ଶ୍ରୀମନ୍ଦିରରରେ ଭକ୍ତଙ୍କ ପ୍ରବଳ ଭିଡ଼ ହେତୁ ଏଏସଆଇ  ରତ୍ନଭଣ୍ଡାରର ମରାମତି କାମ କରିପାରିନଥିଲା। ହେଲେ ଏବେ ମରାମତି କାମ ଆରମ୍ଭ ହେବ। ଏନେଇ ଏଏସଆଇ ପକ୍ଷରୁ ପ୍ରସ୍ତୁତି ସରିଛି। ମୁଁ ଆଶା କରୁଛି, ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତିମଣତି। ଏହା ପୂର୍ବରୁ ନଭେମ୍ବର ୧ ତାରିଖରେ ରତ୍ନଭଣ୍ଡାରରେ କୌଣସି ଗୁପ୍ତ ସୁଡଙ୍ଗ ନ ଥିବା ଏଏସଆଇ ସ୍ପଷ୍ଟ କରିଥିଲା । ତେବେ ରତ୍ନଭଣ୍ଡାରରେ କିଛି ଫାଟ ରହିଛି । ଏହାର ମରାମତି କରାଯି ବୋଲି ଏଏସଆଇ କହିଥିଲା ।

ସୂଚନାଯୋଗ୍ୟ, କିଛି ଦିନ ତଳେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଗଣତିମଣତି ପାଇଁ ଏସଓପି ପ୍ରସ୍ତୁତି ସରିଥିବା କହିଥିଲେ। ଏଏସଆଇ ମରାମତି କରି ସାର୍ଟିଫିକେଟ୍ ଦେବା ପରେ ଗଣତିମଣତି ହେବ। ଏସଓପି ଗୋପନୀୟ। ଏଣୁ ଏହାକୁ ପ୍ରକାଶ କରାଯାଇ ପାରିବ ନାହିଁ। ଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି ମଧ୍ୟ ଜଷ୍ଟିସ୍ ରଥ କହିଥିଲେ। କାର୍ତ୍ତିକ ମାସ ପରେ ଏଏସଆଇ ରତ୍ନଭଣ୍ଡାରର ମରାମତି କରିବ ।


Reporterspen