odisha News: ଆସନ୍ତା ୨୦ରେ ଦୁଇ ଭୁବନେଶ୍ୱର ଓ କଟକରେ ସ୍କୁଲ ବନ୍ଦ ରହିବ

Reporterspen

odisha News: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଆସନ୍ତା ୨୦ ତାରିଖରେ ଭୁବନେଶ୍ୱର ଓ କଟକରେ ସ୍କୁଲ ଛୁଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଦୃଷ୍ଟିରୁ ଦୁଇ ସହରରେ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା, କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ପାଇଁ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସିବେ । ସେଦିନ ସେ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ଥିବାବେଳେ ଟ୍ରାଫିକ୍‌ ସମସ୍ୟା ଆଶଙ୍କା କରି ସ୍କୁଲ୍‌ ଛୁଟି ପାଇଁ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବା ପାଇଁ ଜୁନ୍ ୨୦ ତାରିଖ ଦିନ ୩ଟା ୪୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ଟା ୪୫ରୁ ୪ଟା ୧୫ ଯାଏଁ ବିମାନବନ୍ଦରରୁ ଜନତା ମଇଦାନ ସଭାସ୍ଥଳୀ ପର୍ଯ୍ୟନ୍ତ ରୋଡ ସୋ’ କରିବେ । ଏହା ପରେ ଅପରାହ୍ନ ସାଢେ ୫ଟା ଯାଏ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ସ୍ଥଳ ଜନତା ମଇଦାନରେ ରହିବେ ।


Reporterspen
!-- afp header code starts here -->