ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ଭୁବନେଶ୍ୱରର ଗାଡକଣ କେଳୁଚରଣ ପାର୍କ କଡ଼ରୁ ଆଜି (ବୁଧବାର) ଜଣେ ବ୍ୟକ୍ତିଙ୍କ କଙ୍କାଳ ଜବତ କରିଛି କମିଶନରେଟ୍ ପୋଲିସ । ପାର୍କ କଡ଼ ପାର୍ଶ୍ୱ ଜଚୠ କଲୋନି ପରିସର ଥିବା ବୁଦାଳିଆ ଅଞ୍ଚଳରୁ ଏହି କଙ୍କାଳ ମିଳିଛି । ମଞ୍ଚେଶ୍ୱର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଯୁବକଙ୍କ ମୃତ୍ୟୁ ମାସେରୁ ଅଧିକ ସମୟ ପୂର୍ବରୁ ହୋଇଥିବା ଜଣାପଡିଛି । ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ ପ୍ରକୃତ ତଥ୍ୟ ଜଣିବାକୁ ପୋଲିସ ଛାନଭିନ ଆରମ୍ଭ କରିଛି । କେହି ଦୁର୍ବୃତ୍ତ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ପାର୍କ ଭିତରେ ମୃତଦେହ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଏପରିକି ଅପରାଧର ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହରେ ନିଆଁ ଲଗାଇ ଦିଆଯାଇଥିବା ମଧ୍ୟ ଆଶଙ୍କା କରାଯାଉଛି ।
ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କଙ୍କାଳ ଖଣ୍ଡ ଖଣ୍ଡ ହୋଇ ପଡ଼ିଥିବା ବେଳେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଛିା ମୃତକଙ୍କ ପରିଚୟ ପାଇବାକୁ ଅଧିକ ତଦନ୍ତ ଜାରି ରଖିଛି । ମୃତ୍ୟୁର ପ୍ରକୃତ କାରଣ, ମୃତକଙ୍କ ପରିଚୟ ଏବଂ ଘଟଣା ପଛରେ ଥିବା ସମସ୍ତ ରହସ୍ୟ ଉନ୍ମୋଚନ କରିବାକୁ ପୁଲିସ ତଦନ୍ତ ଜାରି ରଖିଛି ।
ଜୋନ୍-୫ ଏସିପି ବିଶ୍ୱରଞ୍ଜନ ସେନାପତି କହିଛନ୍ତି, “କଣ୍ଟ୍ରୋଲ ରୁମକୁ ଏନେଇ ଖବର ମିଳିଥିଲା । ମୃତଦେହଟି ପଚିଯାଇ କଙ୍କାଳ ଅବସ୍ଥାରେ ପଡି ରହିଛି । ହାପ ପ୍ୟାଣ୍ଟରୁ ପରୁଷ ବୋଲି ଜଣାପଡିଛି । କେମିତି ଘଟଣା ଘଟିଲା ପରେ ଜଣାପଡିବ । ସବୁ ଥାନାକୁ ସୂଚନା ଦିଆଯିବ । ନିଖୋଜ ରିପୋର୍ଟର ଯାଞ୍ଚ କରାଯିବ । ପୁରା ରାଜ୍ୟର ବିଭିନ୍ନ ଥାନାକୁ ତଥ୍ୟ ମଗାଯିବ । ଏପରିକି ରାଜ୍ୟ ବାହାରକୁ ମଧ୍ୟ ଖବର ଦିଆଯିବ । ମୃତଦେହର ବ୍ୟବଚ୍ଛେଦ କରାଯିବ । ଊଘଇ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯିବ । କୌଣସି ସୂଚନା ମିଳିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ତେବେ କିଭଳି ଘଟଣା ଘଟିଲା ଏଯାଏ କିଛି କହିହେବ ନାହିଁ ।
ମୃତଦେହ ମିଳିଥିବା ସ୍ଥାନରୁ ହତ୍ୟାରେ ବ୍ୟବହୃତ କୌଣସି ପ୍ରମାଣ ମିଳିନାହିଁ । ହୁଏତ ଯୁବକଜଣକ ନିଶା ଖାଇ ପଡିଯାଇଥାଇ ପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି । କିମ୍ବା ଆଉ କିଛି ବି ଘଟିଥାଇପାରେ । ବ୍ୟବଚ୍ଛେଦ ହେବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ବହୁତ ଦିନ ତଳର ମୃତଦେହ ହୋଇଥିବାରୁ ପୋଡିହେବା ଭଳି ଜଣାପଡୁଛି । ରିପୋର୍ଟ ଆସିବା ଏନେଇ ସ୍ପଷ୍ଟ ସୂଚନା ମିଳିପାରିବ । ଏହି ମାମଲାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିବୁ ବୋଲି ଏସିପି କହିଛନ୍ତି ।

