firing in bhubaneswar: ଗୁଳିକାଣ୍ଡ: ଫସେଇବାକୁ ଯାଇ ଫଶିଗଲେ

Reporterspen

firing in bhubaneswar: ଭୁବନେଶ୍ୱର,ବାଲିପାଟଣା: (ରିପୋଟର୍ସ ପେନ୍‌) : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନିକଟରେ ଘଟିଥିବା ଗୁଳିକାଣ୍ଡ ଘଟଣାର ପର୍ଦ୍ଦାପାସ ହୋଇଛି । ଜେଲ ପଠାଇଥିବା ବ୍ୟକ୍ତିଙ୍କୁ ଅନ୍ଧାର କୋଠରୀରେ ରଖିବାକୁ ଯୋଜନର ଫସରଫାଟି ଯାଇଛି । ପ୍ରତିଶୋଧ ନେବାକୁ ଅଭିଯୋଗକାରୀ ନିଜେ ନିଜ ଉପରକୁ ଗୁଳି ଚଳାଇଥିବା ପୋଲିସ ଆଗରେ ସ୍ୱିକାର କରିଛି । ପୋଲିସ ଏହି ଘଟଣାରେ ଅଭିଯୋଗକାରୀ ସହ ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାଲିପାଟଣାର ଦିପ୍ତି ରଂଜନ ମହାପାତ୍ର, ନୂଆପଲ୍ଲୀର ଅମରେଶ ପ୍ରଧାନ ଓରଫ କାଳିଆ ଓ ଭରତପୁର ବସ୍ତିର ତୋଫାନ ବିଶୋଇ ଓରଫ ବାଙ୍ଗୁରୁ । ଏମାନଙ୍କ ଠାରୁ ଗୋଟାଏ ବନ୍ଧୁକ, ଗୁଳି ଓ ମୋବାଇଲ ଆଦି ଜବତ କରିଛି ।

ପୋଲିସ ସୂଚନା ଅନୁସାରେ, ୨୦୨୪ ଜୁନ ମାସରେ ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଦିପ୍ତି ରଂଜନଙ୍କୁ ମହିଳା ଥାନା ପୋଲିସ ଗିରଫ କରିଥିଲା । ନିକଟରେ ସେ ଜାମିନରେ ଆସିଥିଲା । ଜାମିନରେ ଆସିବା ପରେ ଯେଉଁ ମହିଳାଙ୍କ ପରିବାର ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ, ସେମାନଙ୍କୁ ଫସାଇବାକୁ ଦିପ୍ତୀ ଯୋଜନା କରିଥିଲା । ଯୋଜନା ମୁତାବକ ଏକ ବନ୍ଧୁକ ଯୋଗାଡ କରିବାକୁ ଅମରେଶ ସହ ଯୋଗାଯୋଗ କରିଥିଲା । ପରେ ସେ ତୋଫାନ ପାଖରୁ ବନ୍ଧୁକ ଯୋଗାଡ କରିଥିଲା । ଯୋଜନା ମୁତାବକ ନିଜେ ନିଜ ଉପରକୁ ଗୁଳି ଚଳାଇ ମହିଳାଙ୍କ ସ୍ୱାମୀ ଓ ଭାଇକୁ ଜେଲ ପଠାଇବା ତାଙ୍କର ମୂଳ ଲକ୍ଷ୍ୟ ଥିଲା । ସେହି କ୍ରମରେ ଗତକାଲି ସେ ନିଜ ଉପରକୁ ଗୁଳି ମାଡ କରିଥିଲେ । ପରେ ବନ୍ଧୁକ ନେଇ ତୋଫାନ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।
ପୋଲିସ ଏହି ଘଟଣାରେ ସଂପୃକ୍ତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଉଲ୍ଲେଖଥାଉ କି, ଗତକାଲି ରାତିରେ ଗୁଳିକାଣ୍ଡ ଖବରପାଇ ପୋଲିସ ଘଟଣାସ୍ଥଳକୁ ଯାଇଥିଲା । ଆହତ ଦିପ୍ତୀଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପାରିପାଶ୍ୱିର୍କ ସ୍ଥିତିରୁ ନିଜେ ନିଜ ଉପରକୁ ଗୁଳି ମାଡ କରିଥିବା ପୋଲିସର ସନ୍ଦେହ ହୋଇଥିଲା । ହେଲେ ଦିପ୍ତୀ ଜେରା ବେଳେ କହିଥିଲା, ସେ ରାମଲିଳା ଦେଖିବାକୁ ଯାଉଥିଲେ । ଏହି ସମୟରେ ସମ୍ବିତ ମହାପାତ୍ର ଓ ରାଜକିଶୋର ବେହେରାଙ୍କ ସହ ତାଙ୍କର ଭେଟ ହୋଇଥିଲା । ହଠାତ ସେମାନେ ତାକୁ ଗାଳିଗୁଲଜ କରିବା ସହ ଗୁଳିମାଡ କରିଥିଲେ । ପୋଲିସ ଘଟଣାକୁ ଗମ୍ଭିରତାର ସହ ନେଇ ଖୋଳତାଡ କରୁଥିବା ବେଳେ ରହସ୍ୟ ଜଣାପଡିଥିଲା ।

ଅପରପକ୍ଷରେ ଅଭିଯୁକ୍ତ ଦିପ୍ତୀର ମା’ ଆଜି ବାଲିପାଟଣା ଥାନା ଆଗରେ ଆତ୍ମହୁତି ଦେବାକୁ ଉଦ୍ୟମ କରିଥିଲେ । ସେ ଅଭିଯୋଗ କରିଛନ୍ତି, ତାଙ୍କ ପୁଅକୁ ପୂର୍ବରୁ ମିଛରେ ଏକ ଦୁଷ୍କର୍ମ ମାମଲାରେ ଫସେଇଥିଲେ । ଏବେ ପୁଣି ତାଙ୍କୁ ଜେଲ ପଠାଇବାକୁ ଷଡଯନ୍ତ୍ର ହୋଇଛି । ପୁଅ ଯଦି ଜେଲ ଯିବ, ସେ ଥାନା ଆଗରେ ଜୀବନ ହାରିବେ ବୋଲି କହିଥିଲେ । ପରେ ପୋଲିସ ତାଙ୍କୁ ଉଦ୍ଧାର କରିବା ସହ ବୁଝାସୁଜା କରିଛି ।


Reporterspen
!-- afp header code starts here -->