ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ମହାନଦୀ ସହ ଅନ୍ୟ ନଦୀ ମାନଙ୍କରେ ବନ୍ୟା ଆଶଙ୍କା ଟଳିଛି । ସ୍ଥିତି ସମୀକ୍ଷା କରି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ଏହା ସହିତ କେଉଁ କାରଣ ପାଇଁ ପରିସ୍ଥିତି ହୋଇଥିଲା ସ୍ପଷ୍ଟ କରିଛନ୍ତି ଇଆଇସି । ବନ୍ୟା ସ୍ଥିତିକୁ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି,” ଜୁନରେ ୪୭ ପ୍ରତିଶତ କମ୍ ବର୍ଷା ହୋଥିଲା । ଜୁଲାଇରେ କିନ୍ତୁ ସ୍ୱାଭାବିକଠାରୁ ୩୮ପ୍ରତିଶତ ଅଧିକ ବର୍ଷା ହୋଇଛି । କିଛି ସ୍ଥାନରେ କମ୍ ସମୟ ମଧ୍ୟରେ ୨ଶହ ମିମି ବର୍ଷା ହୋଇଥିଲା । ଯେଉଁଥି ପାଇଁ ବନ୍ୟା ହେଲା ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ରହିଛି । ବୈତରିଣୀରେ କିନ୍ତୁ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ନାହିଁ ।’
ବନ୍ୟା ସ୍ଥିତିକୁ ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ‘ବର୍ତ୍ତମାନ ଆମର ଅଧିକ ଫୋକସ ମହାନଦୀ ଏବଂ ହୀରାକୁଦ ଉପରେ ରହିଛି । ତଳମୁଣ୍ଡରୁ ବନ୍ୟାଜଳ ନିସ୍କାସନ ହେବା ପରେ ଯେଉଁ ବନ୍ୟାଜଳ ଆମେ ପାଇଥିଲେ, ତେଲ୍ ଏବଂ ହୀରାକୁଦ ଏବଂ ମୁଣ୍ଡଳୀ ଭିତରେ ଯେଉଁ ବର୍ଷା ହୋଇଥିଲା ତାହା କମିବା ପରେ ଆମେ ହୀରାକୁଦରୁ ପାଣି ଛାଡିବା ଆରମ୍ଭ କରିଥିଲୁ । ୨୨ଟି ଗେଟ୍ ଖୋଲା ଯାଇଥିଲା । ଆଜି ୧୨ଟା ସୁଦ୍ଧା ହୀରାକୁଦ ୱାଟର ଲେବୁଲ୍ କମିଛି । ବର୍ତ୍ତମାନ ତାହା ୬୨୩.୬୯ ଫୁଟରେ ଅଛି । ଏହା ଧୀରେ ଧୀରେ କମୁଛି । ଆକଳନ ସୁଦ୍ଧା ୪ତାରିଖ ଭିତରେ ଏହାକୁ ଆମେ ୬୧୫ ଫୁଟ୍ କମାଇବୁ । ଏହେ ହୀରାକୁଦ ଜଣଭଣ୍ଡାରକୁ ୨ଲକ୍ଷ ୧୨ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି । ୩ ଲକ୍ଷ୮୩ ହଜାର କ୍ୟୁସେକ୍ ଜଳ ଡ୍ୟାମରୁ ନିସ୍କାସିତ ହେଉଛି । ଯେତିକି ଜଳ ଆମେ ପାଉଛେ ଜଳଭଣ୍ଡାର ଭିତରକୁ ତାର ଦେଢଗୁଣା ଜଳ ଆମେ ନିସ୍କାସିତ କରୁଛୁ । ତେଣୁ ହୀରାକୁଦ ଜଳ ଧୀରେ ଧୀରେ କମୁଛି ।’
ମହାନଦୀ ବନ୍ୟା ଆଶଙ୍କା ଟଳିଛି । ଜଳସ୍ତର ଦ୍ରୁତ ଗତିରେ ଖସୁଛି । ଗତକାଲି ସନ୍ଧ୍ୟା ୬ଟାବେଳେ ମୁଣ୍ଡୁଳିରେ ୫.୫୯ ଲକ୍ଷ ଘନଫୁଟ (କ୍ୟୁସେକ) ପାଣି ଚାଲିଥିଲା । ଖଇରମାଳରେ ୫.୩୪ ଲକ୍ଷ ଘନଫୁଟ ଓ ବରମୂଳରେ ୪.୭୨ ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେଉଥିଲା । ହୀରାକୁଦ ଆଉ ଅଧିକ ଗେଟ୍ ଖୋଲିନି । ସେଇ ୨୨ଟି ଗେଟ ଦେଇ ପାଣି ଛଡାଯାଉଛି । ଜଳଭଣ୍ଡାରକୁ ଉପରମୁଣ୍ଡରୁ ପ୍ରବେଶ କରୁଥିବା ପାଣି ପ୍ରବାହ ବି କମିଛି । ଗତକାଲି ସକାଳ ୬ଟାରେ ୪ ଲକ୍ଷ ୧୫ ଘନଫୁଟ ପାଣି ପ୍ରବେଶ କରୁଥିଲା । କ୍ରମଶଃ ଏହା କମିବାରେ ଲାଗିଛି । ସନ୍ଧ୍ୟା ୬ଟାରେ ପ୍ରବେଶ କରୁଥିଲା ୨ ଲକ୍ଷ ୮୪ ହଜାର ଘନଫୁଟ ପାଣି । ୨୨ଟି ଗେଟ ଦେଇ ହୀରାକୁଦରୁ ୩ ଲକ୍ଷ ୮୬ ହଜାର ୪୨୧ ଘନଫୁଟ ପାଣି ଛଡାଯାଉଛି ।

