ସଞ୍ଜୁଙ୍କ ପାଇଁ ଶେଷ ସୁଯୋଗ; ଫ୍ଲପ୍ ହେଲେ ବୈଭବଙ୍କର ହେବ ଡେବ୍ୟୁ

Reporterspen

ନୂଆଦିଲ୍ଲୀ: ବିସ୍ମୟ ବୈଭବ ବନାମ ସଞ୍ଜୁ ସାମସନ । ସାମସନ ଆଉଟ୍‌, ସୂର୍ଯ୍ୟବଂଶୀ ଇନ୍ ! ଟିମ୍ ଇଣ୍ଡିଆରେ ହେବ କି ବୈଭବଙ୍କ ଡେବ୍ୟୁ? କଟିବ ସଞ୍ଜୁଙ୍କ ପତ୍ତା । ଦ୍ୱିତୀୟ ଟି-ଟ୍‌ୱେଣ୍ଟି ହୋଇପାରେ ସାମସନଙ୍କ ଶେଷ ମ୍ୟାଚ୍ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍‌ୱେଣ୍ଟି ମ୍ୟାଚରେ ନିଆଯାଇପାରେ ବଡ଼ ନିଷ୍ପତ୍ତି । ଭାରତୀୟ ପ୍ଲେଇଂ ଏକାଦଶରେ ହୋଇପାରେ ବଡ଼ ପରିବର୍ତ୍ତନ । ଯଦି ସଞ୍ଜୁ ଦ୍ୱିତୀୟ ମ୍ୟାଚରେ ଫ୍‌ଲେପ୍ ହେଉଛନ୍ତି ତେବେ ତାଙ୍କ ସ୍ଥାନରେ ବୈଭବଙ୍କୁ ଚାନ୍ସ ମିଳିପାରେ । ନୀଳ ଜର୍ସିରେ ମୈଦାନକୁ ଓହ୍ଲାଇ ପାରନ୍ତି ବ୍ୟାଟିଂ ବିସ୍ମୟ ବୈଭବ । ଯଦି ସଞ୍ଜୁଙ୍କୁ ଦ୍ୱିତୀୟ ଟି-୨୦ରେ ଖେଳାଯାଉଛି ସେ ଫ୍ଲପ୍ ହେଉଛନ୍ତି ତେବେ ତୃତୀୟ ଟି-୨୦ରେ ବୈଭବଙ୍କ ଡେବ୍ୟୁ ନିଶ୍ଚିତ ହୋଇଯିବ ।

ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଆୟରଲ୍ୟାଣ୍ଡ ବିପକ୍ଷ ଦୁଇଟି ମ୍ୟାଚ୍‌ରେ ତାଙ୍କୁ ସୁଯୋଗ ମିଳିନଥିଲା । ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ମଧ୍ୟ ଏହାର ପୁରୁଣା କମ୍ବିନେସନ୍ ଖେଳିଥିଲା । କିନ୍ତୁ ଏବେ ବୈଭବଙ୍କ ଡେବ୍ୟୁ ସମ୍ଭବ । ଏହାର ସମ୍ଭାବନା ପୂର୍ବ ଅପେକ୍ଷା ବହୁତ ଅଧିକ ମନେ ହେଉଛି । ଶନିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ରେ ବୈଭବ ଡେବ୍ୟୁ କରିପାରନ୍ତି । ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ଉଭୟ ଦଳ ବିଜୟ ଖାତା ଖୋଲିବାକୁ ଲଢିବେ । ଦ୍ୱିତୀୟ ମ୍ୟାଚ୍‌ରେ ବୈଭବଙ୍କୁ ସୁଯୋଗ ମିଳିପାରେ ଏବଂ ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ବାଦ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ସଞ୍ଜୁ ଲଗାତାର ବିଫଳ ହୋଇ ଆସୁଛନ୍ତି । ସେ ଆୟର୍ଲାଣ୍ଡରେ ଭଲ ପ୍ରଦର୍ଶନ କରିନଥିଲେ, ଏବଂ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ତାଙ୍କର ବ୍ୟାଟିଂ ମଧ୍ୟ ଫ୍ଲପ୍ ହୋଇଥିଲା । ଟି-୨୦ ବିଶ୍ୱକପ୍ରେ ଭାରତର ବିଜୟରେ ସଞ୍ଜୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ଏବେ ତାଙ୍କ ବ୍ୟାଟ୍ ଶାନ୍ତ ପଡିଛି । ଏହି କାରଣରୁ ସଞ୍ଜୁଙ୍କ ସ୍ଥାନରେ ବୈଭବଙ୍କୁ ଦ୍ୱିତୀୟ ମ୍ୟାଚ୍‌ରେ ସୁଯୋଗ ଦିଆଯାଇପାରେ । ଦଳ ଇଶାନ କିଷନଙ୍କୁ ଆଉ ଏକ ସୁଯୋଗ ଦେଇପାରେ । ଯଦି ସଞ୍ଜୁଙ୍କୁ ବାଦ ଦିଆଯାଏ, ତେବେ ଇଶାନଙ୍କୁ ବାଦ ଦିଆଯାଇପାରିବ ନାହିଁ କାରଣ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ୱିକେଟକିପର ଭାବରେ ଖେଳିବାକୁ ପଡିବ ।

ଘରୋଇ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟି-ଟ୍ୱଣ୍ଟି ମୁକାବିଲା ବର୍ଷା ଯୋଗୁଁ ଅଧାରୁ ବାତିଲ ହୋଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍ ବିନିମୟରେ ୧୮୯ ରନ ସଂଗ୍ରହ କରିଥିଲା । ଏହାପରେ ବର୍ଷା ହେବାରୁ ଖେଳ ଜାରି ରଖିବା ସମ୍ଭବ ହୋଇ ନଥିଲା । ୧ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନଛାଡ଼ିବାରୁ ମ୍ୟାଚକୁ ବାତିଲ କରିଥିଲେ ଦୁଇ ଅମ୍ପାୟାର । ଏହି ମ୍ୟାଚରେ ସଞ୍ଜୁ ସାମସନ ବିଫଳ ହୋଇଥିଲେ । ୭ ବଲରେ ମାତ୍ର ୧ ରନ୍ କରିଥିଲେ । ଇଶାନ କିଷନ ଖାତା ଖୋଲି ପାରିନଥିଲେ । ଅଭିଷେକ ଶର୍ମା ୫୯ ରନ୍‌, ଅଧିନାୟକ ଆୟର ୪୭ ବଲରେ ୬୮ ରନର ଇନିଂସ ଖେଳିଥିଲେ । ତିଲକ ବର୍ମା ୧୩ ଓ ଶିବମ ଦୁବେ ୪୨ ରନ୍ କରିଥଲେ । ଆଇପିଏଲ୍‌ରେ ବିସ୍ଫୋରଣ ପରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିବା ବ୍ୟାଟିଂ ବସ୍ମୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁ କରିବାକୁ ସୁଯୋଗ ମିଳିନାହିଁ । ତାଙ୍କ ପଦାର୍ପଣକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।

ସମ୍ଭାବ୍ୟ ଏକାଦଶ- ସଞ୍ଜୁ ସାମସନ, ଅଭିଷେକ ଶର୍ମା, ଇଶାନ କିଷନ,(ୱିକେଟକିପର), ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ୍‌, ହର୍ଷିତ ରାଣା, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ ।


Reporterspen