odisha news: ଭୁବନେଶ୍ୱର (ରିପୋଟର୍ସ ପେନ୍) : ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ। ଚଳିତ ବିଧାନସଭାରେ ବିରୋଧୀଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ଅଧିବେଶନରେ ବିରୋଧୀ ଗଠନମୂଳକ ପରାମର୍ଶ ଦେଲେ ଉପାଦେୟ ହେବ। କିନ୍ତୁ ବିଶୃଙ୍ଖଳା ଆଚରଣ କଲେ ବରଦାସ୍ତ କରାଯିବନି। ବିରୋଧୀ ଦଳ ବିରୋଧୀ ଭୂମିକା ନିଭାନ୍ତୁ। ଗଠନମୂଳକ ପରାମର୍ଶ ଦିଅନ୍ତୁ। ସମୟ ଅଛି ସର୍ବଦଳୀୟ ବୈଠକ ଡକାଯିବ। ତାରିଖ ସ୍ଥିର ହୋଇନି ବୋଲି କହିଛନ୍ତି ବାଚସ୍ପତି।
୨୨ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାୟୀ କମିଟି ଦ୍ୱାରା ବଜେଟ ଉପରେ ନିରୀକ୍ଷଣ ପାଇଁ ନିର୍ଧାରଣ କରାଯାଇଛି। ମାର୍ଚ୍ଚ ୭ରେ ସ୍ଥାୟୀ କମିଟି ରିପୋର୍ଟ ଉପସ୍ଥାପନ କରିବ। ୧୦ ମାର୍ଚ୍ଚରୁ ଖର୍ଚ୍ଚ ଦାବି ସମ୍ପର୍କିତ ଆଲୋଚନା ହେବ। ୨୯ ତାରିଖରେ ବିନିଯୋଗ ବିଲ ଉପସ୍ଥାପନ ହେବ ଏବଂ ବଜେଟ ପାରିତ ହେବ। ସରକାରୀ ଦଳ ବଜେଟ ଉପସ୍ଥାପନା କରିବେ। ବିରୋଧି ଦଳଙ୍କ ଯଦି କୌଣସି ବିଷୟ ଉପସ୍ଥାପନ କରିବାର ଥିବ ଗଠନ ମୂଳକ ପରାମର୍ଶ ଦେଲେ ତାହା ଉପାଦେୟ ହେବ।